10th classes life science odia book notes.
PDF science book notes.
Class 10th life science chapter 1 posan.
ପୋଷଣ ଅବଶିଷ୍ଟାଂଶ
ଉ. ●ଦ୍ଵିତୀୟ ସିଦ୍ଧାନ୍ତ ଟି ଆଲୋକଶ୍ଲେଷଣର ଜୈବ ରାସାୟନିକ କ୍ରିୟା ପରୀକ୍ଷାରୁ ଆସିଥିଲା ।
●ଏଥିରେ ଅଙ୍ଗାରକାମ୍ଳ ଓ ଜଳର ରାସାୟନିକ କ୍ରିୟାରେ ଜଳରୁ ଆସୁଥିବା ହାଇଡ୍ରୋଜେନ ଦ୍ୱାରା ଅଙ୍ଗାରକାମ୍ଳ ବିଜାରିତ ହୁଏ ଓ ସରଳ ଶର୍କରା ସଂଶ୍ଳେଷିତ ହେବା ସହିତ ଅମ୍ଳଜାନ ନିର୍ଗତ ହେବା ଦର୍ଶାଯାଇଥିଲା।
●ଏହା 1931 ମସିହାରେ ଫନ୍ ନିଲଙ୍କ ଦ୍ଵାରା ପରିକଳ୍ପନା କରାଯାଇଥିଲା।
20.ଆଲୋକଶ୍ଲେଷଣ ଉପରେ ରବର୍ଟ ହିଲ୍ ଙ୍କ ସିଦ୍ଧାନ୍ତ ଟି ଲେଖ।
ଉ.● ରବର୍ଟ ହିଲ୍ 1937 ମସିହାରେ ଉନ୍ନତ ମାନର ପରୀକ୍ଷଣ ମାଧ୍ୟମରେ ଫନ ନିଲଙ୍କ ପରିକଳ୍ପନା ଟିକୁ ପ୍ରମାଣିତ କରିଥିଲେ।
●କ୍ଲୋରପ୍ଲାଷ୍ଟ କ୍ଲୋରୋଫିଲ ମାଧ୍ୟମରେ ଆଲୋକ ଶକ୍ତିକୁ ବ୍ୟବହାର କରି ଗ୍ଲୁକୋଜ ସଂଶ୍ଲେଷଣ କରିଥାଏ।ଏହା ପାଇଁ 6 ଟି ଅଙ୍ଗାରକାମ୍ଳ ଓ 12 ଟି ଜଳ ଅଣୁ ବ୍ୟବହୃତ ହୁଏ।
21.ଆଲୋକ ପକ୍ରିୟା ବୁଝାଅ।
ଉ. ଦୃଶ୍ୟମାନ ଆଲୋକ ଉପସ୍ଥିତିରେ ଥାଇଲାକଏଡ଼ ଝିଲ୍ଲୀରେ ଆଲୋକ ପକ୍ରିୟା ସଂଗଠିତ ହୋଇଥାଏ।
ଏହାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରଯାଇଛି।
1 ପ୍ରଥମ ପର୍ଯ୍ୟାୟ
2 ଦ୍ଵିତୀୟ ପର୍ଯ୍ୟାୟ
ପ୍ରଥମ ପର୍ଯ୍ୟାୟରେ ଝିଲ୍ଲୀରେ ସଜ୍ଜିତ ହୋଇଥିବା କ୍ଲୋରୋଫିଲ ଅଣୁ ଗୁଡିକର ସମଷ୍ଟି ଆଲୋକ ଶକ୍ତିକୁ ଗ୍ରହଣ କରି ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କ୍ଲୋର ଫିଲ କୁ ଆଲୋକଶକ୍ତି ସ୍ଥାନାନ୍ତରିତ କରିଥାନ୍ତି।ଶେଷରେ କ୍ଲୋର ଫିଲ ଆଲୋକ ପ୍ରତିକ୍ରିୟା କେନ୍ଦ୍ରରେ ପଂହଚେ।ତାହାକୁ p700 ବା photoststem -i ର କେନ୍ଦ୍ର କୁହାଯାଏ।
ଏହାଦ୍ୱାରା ସେହି କ୍ଲୋରଫିଲଟି ଉଦ୍ଦୀପିତ ହୁଏ।ଓ ତାଠାରୁ ଏକ ଆଲୋକ ଶକ୍ତି ସମ୍ପର୍ଣ୍ଣ ଅସ୍ଥିର ଇଲେକ୍ଟ୍ରନ( e-)ବାହାରି ଆସେ।ଫଳରେ କ୍ଲୋର ଫିଲଟି ଜାରିତ ଅବସ୍ଥାକୁ ଚାଲିଯାଏ।
ଇଲେକ୍ଟ୍ରନଟି ବିଭିନ୍ନ ବାହକ ଅଣୁ ମାଧ୍ୟମରେ ଗତିକରି ପରିଶେଷରେ ଜାରିତ ନିକୋଟିନାମାଇଡ଼ ଏଡେନାଇନ ଡାଇ ନିୟୁକ୍ଲିୟ ଟାଇଡ଼ ଫସଫେଟ ବା NADP+ ଇଲେକ୍ଟ୍ରନ ଗ୍ରହଣ କରି ବିଜାରିତ NADPH ରେ ପରିଣତ ହୁଏ।
ଦ୍ଵିତୀୟ ପର୍ଯ୍ୟାୟ
NADPH ତିଆରି ହେବା ସମୟରେ ଦ୍ଵିତୀୟ ପର୍ଯ୍ୟାୟ ପକ୍ରିୟା ଆରମ୍ଭ ହୋଇଥାଏ।ପ୍ରଥମ ଆଲୋକ ପକ୍ରିୟା କେନ୍ଦ୍ରରେ ଏକ ଇଲେକ୍ଟ୍ରନ ଶୁନ୍ୟତା ସୃଷ୍ଟିହେବାରୁ ତାହାକୁ ପୂରଣ କରିବା ପାଇଁ ଅନ୍ୟ ଏକ ଆଲୋକ ପକ୍ରିୟା କେନ୍ଦ୍ର p 680 ବା photosystem-ii ର କେନ୍ଦ୍ରରୁ ଇଲେକଟ୍ରନ ଆସିଥାଏ।photosystem-ii ର କେନ୍ଦ୍ର ଆଲୋକ ଦ୍ୱାରା ଉଦ୍ଦୀପିତ ହୋଇଥିବାରୁ ଏହା ସମ୍ଭବ ହୋଇଥାଏ।ଏଥିରୁ ଇଲେକଟ୍ରନ (e-) ପ୍ରୋଟନ H+ ଓ ଅମ୍ଳଜାନ ନିର୍ଗତ ହୁଏ।
● ଥାଇଲାକଏଡ଼ ରେ ଇଲେକଟ୍ରନ ଚଳନ ଦ୍ୱାରା ଥାଇଲାକଏଡ଼ ଥଳି ଭିତରେ ବା ଲ୍ୟୁମେନ ରେ ଅଧିକ ପ୍ରୋଟନ ଜମାହୁଏ।ଏହା ଦ୍ୱାରା ଏକ ପ୍ରକାର ଅବକ୍ରମ ବା ବଳ ସୃଷ୍ଟି ହୁଏ।ଏହି ବଳକୁ ଉପଯୋଗ କରି କମ ଶକ୍ତି ସମ୍ପର୍ଣ୍ଣ ଏଡ଼ି ନୋସିନ ଡାଇ ଫସଫେଟ ବା ADP ଅଧିକ ଶକ୍ତି ସମ୍ପର୍ଣ୍ଣ ଏ ଟିପି ATP ରେ ପରିଣତ ହୁଏ।
ଶେଷରେ ATP ଓ NADPH ଉଭୟ ମିଶି ଆଲୋକ ଶ୍ଲେଷଣ ଶକ୍ତି ଗଠନ କରନ୍ତି।
22. ଆଲୋକଶ୍ଲେଷଣର ଅନ୍ଧକାର ପ୍ରକ୍ରିୟାଟି ବୁଝାଅ।
ଉ. ●ଷ୍ଟ୍ରୋମା ରସରେ ଥିବା 5 କାର୍ବନ ଯୁକ୍ତ ଗ୍ରାହକ ଅଣୁ Rubp ଦ୍ୱାରା ଆଲୋକ ପ୍ରକ୍ରିୟାରେ ସୃଷ୍ଟ ଆଲୋକଶ୍ଲେଷଣ ଶକ୍ତି ATP ଓ NADPH କୁ ଉପଯୋଗ କରି ଦ୍ରବିଭୂତ ଅଙ୍ଗାରକାମ୍ଳକୁ RUBISCO ନାମଙ୍କ ଏନଯାଇମ ସାହାଯ୍ୟ ରେ ନିଜ ସହିତ ବିବନ୍ଧିତ କରାଏ। ଫଳରେ ଏହି ଜୈବିକ କ୍ରିୟା ଦ୍ୱାରା ଦୁଇଟି ତିନି କାର୍ବନ ଯୁକ୍ତ ଶର୍କରା ତିଆରି ହୁଏ।
●ତିନି କାର୍ବନ ଯୁକ୍ତ ଶର୍କରା ଅଣୁ ଗୁଡିକ ଚକ୍ରାକାରରେ ବିଭିନ୍ନ ଜୈବ ରାସାୟନିକ କ୍ରିୟା ମାଧ୍ୟମରେ ପରିଚାଳିତ ହୋଇ ଏକ 6 କାର୍ବନ ଯୁକ୍ତ ଗ୍ଲୁକୋଜ ଅଣୁ ସଂଶ୍ଲେଷଣ କରିବା ସହିତ 5 କାର୍ବନ ଯୁକ୍ତ ରାଇବୁଲୋଜ ବିସଫସଫେଟ ଗ୍ରାହକ ଅଣୁକୁ ପୁନର୍ବାର ସୃଷ୍ଟି କରିଥାଏ।
23.କେଲଭିନ ଚକ୍ର କଣ ବୁଝାଅ।ଏଥିରେ କେତୋଟି ପର୍ଯ୍ୟା ୟ ଅନ୍ତର୍ଭୁକ୍ତ।
ଉ.● ଅଲୋକଶ୍ଲେଷଣର ଅନ୍ଧକାର ପ୍ରକ୍ରିୟାରେ ଘଟୁଥିବା ଚକ୍ରାକାର ପ୍ରକ୍ରିୟାକୁ ମେଲଭିନ କେଲଭିନ ଆବିଷ୍କାର କରିଥିଲେ।ତାଙ୍କରି ନାମ ଅନୁସାରେ ଏହାକୁ କେଲଭିନ ଚକ୍ର କୁହାଯାଏ।
● କେଲଭିନ ଚକ୍ରରେ ଘଟୁଥିବା କ୍ରିୟା ତିନି ପର୍ଯ୍ୟାୟ ଅଟେ।
ପ୍ରଥମ ପର୍ଯ୍ୟାୟ- ଗ୍ରାହକ ଅଣୁ ସହିତ ଅଙ୍ଗାରକାମ୍ଳର ବିବନ୍ଧନ
ଦ୍ଵିତୀୟ ପର୍ଯ୍ୟାୟ- ଗ୍ଲୁକୋଜର ସଂଶ୍ଲେଷଣ
ତୃତୀୟ ପର୍ଯ୍ୟାୟ- ଗ୍ରାହକ ଅଣୁର ପୁନରୁତ୍ପାଦନ
24.ପରିପାକ କଣ ?
ଉ. ଆମେ ଖାଉଥିବା ଖାଦ୍ୟ ପ୍ରଥମେ ଆମର ପାକତନ୍ତ୍ର ଦ୍ୱାରା ସରଳୀକୃତ ହୋଇ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହୁଏ ଓ ଶେଷରେ ରକ୍ତ ରେ ମିଶେ।ଏହାକୁ ହଜମ ବା ପରିପାକ କୁହାଯାଏ।
N.B ମଣିଷର ପାକତନ୍ତ୍ର ପାକ ନଳୀ ଓ ପାଖ ଗ୍ରନ୍ଥି କୁ ନେଇ ଗଠିତ।
25. ପାଖନଳୀର ଗଠନ ବୁଝାଅ ?
ଉ ● ପାକ ନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ୱାରରେ ଶେଷ ହୋଇଛି।
● ପାକ ନଳୀ ଦେଖିବାକୁ ଗୋଟିଏ ଲମ୍ବା ଟ୍ୟୁବ ପରି। ଏହାର କାନ୍ଥ ବର୍ତୁଳ ବା ଚକ୍ରାକୃତି ପେଶୀ ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦର୍ଘ୍ୟ ପେଶୀ ଦ୍ୱାରା ଗଠିତ ।
●ଏହି ଦୁଇ ପ୍ରକାର ପେଶୀର ସଙ୍କୋଚନ ଓ ଶିଥିଲନ ଫଳରେ ଖାଦ୍ୟ ଗ୍ରସନୀରୁ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ ।ପାକ ନଳୀର ଏହି ଚଳନ କୁ ପୁରଃସରଣ ବା ପେରିଷ୍ଟାଲସିସ୍ କୁହାଯାଏ।
●ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ବିଭିନ୍ନ ଅଂଶରେ ଭାଗ କରାଯାଇଛି।ଯଥା- ପାଟି, ମୁଖଗହ୍ୱର, ଗ୍ରସନୀ, ଗ୍ରାସନଳୀ
, ପାକସ୍ଥଳୀ,କ୍ଷୁଦ୍ରାନ୍ତ, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ୱାର
26. ପାଟି ଓ ମୁଖଗହ୍ୱର
●ପାଟିକୁ ଘେରି ରହିଛି ଉପର ଓ ତଳ ଓଠ ।ପାଟି ଭିତରକୁ ରହିଛି ମୁଖ ଗହ୍ୱର।
●ମୁଖଗହ୍ୱର ଦୁଇକଡରେ ରହିଛି ଗାଲ, ତଳେ ଜିଭ ଉପର ଅଂଶରେ ତାଳୁ ଓ ଦୁଇ ମାଢ଼ିରେ ଦାନ୍ତ।
ଦାନ୍ତ
●ମଣିଷ ଜୀବନ କାଳ ମଧ୍ୟରେ ପ୍ରତ୍ୟେକ ମାଢିରେ ଦୁଇଥର ଦାନ୍ତ ଉଠେ।
କ୍ଷୀର ଦାନ୍ତ- ଶିଶୁ ଅବସ୍ଥାରେ ଉଠୁଥିବା ଦାନ୍ତ।
ସ୍ଥାୟୀଦାନ୍ତ- ଛଅ ବର୍ଷ ପରେ ଉଠୁଥିବା ଦାନ୍ତ।
N B ବୟସ୍କ ଲୋକର ତଳ ଓ ଉପର ମାଢିରେ 32 ଟି ଲେଖାଏଁ ଦାନ୍ତ ଥାଏ। ପ୍ରତି ମାଢିରେ 4ଟି କର୍ତ୍ତନ ଦାନ୍ତ, ଦୁଇଟି ଛେଦକ ଦାନ୍ତ ବା ସ୍ଵନ ଦାନ୍ତ, ଚାରୋଟି ଚର୍ବଣ ଦାନ୍ତ ଓ ଛଅଟି ପେଷଣ ଦାନ୍ତ ଅଛି।
1 Comments
Very good website, thank you.
ReplyDeleteOdia Novels Book Yojanagandha
Order Odia Books
Odia Books Online