Odisha high school examination notes
We are providing school notes for 10th class odia medium students those who want their own lessons and learn about each possible question paper. We also hope that this will help them to develop the skills needed for the future development in which they work hard with each project.
Let's get the notes
ଜୀବ ବିଜ୍ଞାନ
ପ୍ରଥମ ଅଧ୍ୟାୟ
ପୋଷଣ
1.ପୋଷଣ କ'ଣ ?
ଉ.ଜୀବର ଆବଶ୍ୟକୀୟ ଖାଦ ଗ୍ରହଣ, ପରିପାକ,ଉପାଦାନ ସଂଗ୍ରହ, ଆତ୍ମିକରଣ ଓ ଅବ୍ୟବହୁତ ଖ୍ୟାଦ୍ୟର ବହିଷ୍କରଣ ଆଦି ସାମୁହିକ ପକ୍ରିୟାକୁ ପୋଷଣ କୁହାଯାଏ।
2.ଜୀବ ଶରୀରର ଶକ୍ତି ଓ ଉପାଦାନ କାହିଁକି ଆବଶ୍ୟକ?
ଉ. ●ଜୀବ ଶରୀରରେ ସମନ୍ବିତ ଭାବେ ହେଉଥିବା ଅସଂଖ୍ୟ ଜୈବ ରାସାୟନିକ ପକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ। ଏହିସବୁ ପକ୍ରିୟା ପାଇଁ ଶକ୍ତି ଆବଶ୍ୟକ।
●ଶରୀରର କୋଷ, ଟିସୁ ତଥା ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଅର୍ଥାତ ଶରୀର ଗଠନ ପାଇଁ ଏବଂ ଶରୀରର ବୃଦ୍ଧି ଓ ମରାମତି ନିମନ୍ତେ ବିଭିନ୍ନ ଉପାଦାନ ଦରକାର।
●ଜୀବର ଖାଦ୍ୟ ଏ ସମସ୍ତ ଚାହିଦା ପୂରଣ କରିଥାଏ। ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ , ପୋଷଣ ଜରିଆରେ ହୋଇଥାଏ।
3. ଚୟ, ଅପଚୟ, ଚୟପଚାୟ କଣ ବୁଝାଅ।
ଉ. ଅପଚୟ
●ଜୀବ ଶରୀର ମଧ୍ୟରେ ଜଟିଳ ଖାଦ୍ୟ ରୁ ସରଳ ଉପାଦାନ ରେ ପରିଣତ ହୋଇ ଅର୍ଥାତ ଖାଦ୍ୟର ଦହନ ବା ଜାରଣ ହୋଇ ସେଥିରୁ ଶକ୍ତି ମୋଚିତ ହୋଇଥାଏ। ଶକ୍ତି ମୋଚନ ଏକ ତଥା କଥିତ ଧ୍ୱଂସାତ୍ମକ ପକ୍ରିୟା ।ଏହାକୁ ଅପଚୟ କୁହାଯାଏ।
ଚୟ
●ଖାଦ୍ୟରୁ ଶରୀର ଗଠନ ଆଦି ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେବା ଏକ ଗଠନ ମୂଳକ ପକ୍ରିୟା ।ଏହାକୁ ଚୟ କୁହାଯାଏ।
ଚୟପଚାୟ
●ଚୟ ଓ ଅପଚୟର ସମାହାର ହେଉଛି ଚୟପଚାୟ। ଏହା ଜୀବଶରୀରରେ ସବୁବେଳେ ଚାଲିଥାଏ।
4. ଖାଦ୍ୟର ପ୍ରକାର ଭେଦ।
ରାସାୟନିକ ଗଠନ, କାଯ୍ୟ ଓ ଶକ୍ତି ପ୍ରଦାନକାରୀ ଖାଦ୍ୟ ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ ମୁଖ୍ୟତଃ 6 ପ୍ରକାରରେ ବିଭକ୍ତ କରାଯାଇଛି।
●ଶ୍ୱେତସାର
●ପୁଷ୍ଟିସାର
●ସ୍ନେହସାର
●ଧାତୁସାର
●ଭିଟାମିନ
●ଜଳ
5.ଶ୍ୱେତସାର
★ ଶର୍କରା ଏବଂ ମଣ୍ଡଦ ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ୱେତସାର ଅଟେ।
★ ଆଳୁ, ଭାତ, ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ।
★ଚିନି, ଗୁଡ଼ ଆଦିରେ ସୁକ୍ରଜ ରହିଛି।
★ ଫଳରସ ପନିପରିବାରେ ଗ୍ଲୁକୋଜ ଜାତୀୟ ଶ୍ୱେତସାର ରହିଛି।
★ଶ୍ୱେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ। 1ଗ୍ରାମ ଶ୍ୱେତସାରରୁ 16 କିଲୋଜୁଲ ଶକ୍ତି ମିଳିଥାଏ।
★ଗ୍ଲୁକୋଜ ରେ ରହିଛି କାର୍ବନ ଉଦ୍ଜାନ ଏବଂ ଅମ୍ଳଜାନ।କୋଷିୟ ଶ୍ୱସନ ବେଳେ ଗ୍ଲୁକୋଜ ର ଜାରଣ ଘଟି ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବାସହ ଶକ୍ତି ଉତ୍ପନ୍ନ ହୋଇଥାଏ।
6.ପୁଷ୍ଟିସାର (protin)
●ମୁଖ୍ୟତଃ ମାଛ, ମାଂସ, ଅଣ୍ଡାର ଧଳା ଅଂଶ ଛେନା କ୍ଷୀର ପରି ପ୍ରାଣିଜ ଦ୍ରବ୍ୟ ଏବଂ ଡାଲି ଜାତୀୟ ଶସ୍ୟ, ସୋୟାବିନ ଆଦିରୁ ଆମେ ପୁଷ୍ଟିସାର ପାଇଥାଉ।
●ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ। ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଖାଦ୍ୟ ଏକାନ୍ତ ଆବଶ୍ୟକ।
●ଏମିନୋଅମ୍ଳର ଶୃଙ୍ଖଳରେ ପ୍ରୋଟିନ ଗଠିତ।ତେଣୁ ପରିପାକ ହେଲେ ଏହା ଏମିନୋଅମ୍ଳରେ ପରିଣତ ହୋଇ ବିଭିନ୍ନ କୋଷ ନିକଟରେ ପହଞ୍ଚେ।
7. ସ୍ନେହସାର ( lipids/ Fats)
●ମାଂସ, କ୍ଷୀର, ଛେନା,ଲହୁଣୀ ଅଣ୍ଡାର ହଳଦିଆ ଅଂଶ ତେଲ ଓ ଘିଅରେ ସ୍ନେହସାର ଖାଦ୍ୟ ଥାଏ।
●କୋଷଝିଲ୍ଲୀ ତିଆରିରେ ଲିପିଡ଼ର ଭୂମିକା ରହିଛି।
●ଏହା ଶରୀରରେ ଚର୍ବି ଆକାରରେ ସଞ୍ଚିତ ହୋଇ ରହେ।
● ଆବଶ୍ୟକ ସ୍ଥଳେ କୋଷିୟ ଶ୍ୱସନ ଦ୍ୱାରା ଏହାର ଜାରଣ ହୋଇ ଶରୀରକୁ ଶକ୍ତି ଯୋଗାଇଥାଏ ।
●ଚର୍ମ ତଳେ ଏକ ଚର୍ବିର ଆସ୍ତରଣ ରହିଥାଏ।ତାପ ଅପରିବାହି ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରେ।
8.ଭିଟାମିନ
●ଭିଟାମିନର ଉପସ୍ଥିତିରେ କୋଷର ବିଭିନ୍ନ ପ୍ରକାର ରାସାୟନିକ ପକ୍ରିୟା ଏନଜାଇମ ସାହାଯ୍ୟରେ ହୋଇଥାଏ।
●ଜଳରେ ଦ୍ରଵଣୀୟ ଭିଟାମିନ ଶାଗ, ପନିପରିବା ଫଳ ଆଦିରୁ।ମିଳିଥାଏ।
●ଚର୍ବି ବା ତେଲରେ ଦ୍ରଵଣୀୟ ଭିଟାମିନ ପ୍ରାଣିଜ ଚର୍ବି ବା ଉଦ୍ଭିଦ ଜାତ ତେଲ ରୁ ମିଳିଥାଏ।
● ଭିଟାମିନ ଅଭାବରୁ ଶରୀରରେ ବିଭିନ୍ନ ରୋଗ ହୋଇଥାଏ ।
9.ଜଳ
●କୋଷରେ ଥିବା କୋଷ ରସ ବା କୋଷଜୀବକର ପ୍ରାୟ 70-90 ଭାଗ ଜଳଥାଏ।
●କୋଷର ସ୍ଥିତି ଓ ଏଥିରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ।
●ଝାଳ,ପରିଶ୍ରା ନିଶ୍ଵାସରେ ପ୍ରାଣୀର ଜଳ କ୍ଷୟ ହୋଇଥାଏ।ତାହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3-4 ଲିଟର ପାଣି ପିଇବା ଉଚିତ୍ ।
●ଶରୀରର ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ପ୍ରକାଶ ପାଏ।
10.ପୋଷଣର ପ୍ରକାର ଭେଦ।
ପୋଷଣକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇଛି।
●ସ୍ବଭୋଜୀ ପୋଷଣ।
●ପରଭୋଜୀ ପୋଷଣ।
11. ସ୍ବଭୋଜୀ ପୋଷଣ କଣ ?
ଉ. ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ସେମାନଙ୍କୁ ସ୍ୱଭୋଜୀ କୁହାଯାଏ।ଏମାନଙ୍କର ପୋଷଣ ପକ୍ରିୟାକୁ ସ୍ୱଭୋଜୀ ପୋଷଣ କୁହାଯାଏ।
ଉଦାହରଣ- ପତ୍ରହରିତ୍ ତଥା ଆଲୋକଶ୍ଲେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମସ୍ତ ଉଦ୍ଭିଦ ଓ ନିଳହରିତ୍ ଶୈବାଳ ହେଉଛନ୍ତି ସ୍ୱଭୋଜୀ।
12. ପରଭୋଜୀ ପୋଷଣ କଣ?
ଉ. ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିନପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରନ୍ତି ସେମାନଙ୍କୁ ପରଭୋଜୀ କୁହାଯାଏ।ଏହି ଜୀବମାନଙ୍କର ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ।
ଉଦାହରଣ- ସମସ୍ତ ପ୍ରାଣୀ, ମଲାଙ୍ଗ ନିର୍ମୂଳି ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀ ଶ୍ରେଣୀର ଅନ୍ତର୍ଭୁକ୍ତ।
13.ରାସାୟଶ୍ଲେଷଣ କଣ ?
ଉ. ନାଇଟ୍ରେଟ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ ଗନ୍ଧକ ବାକ୍ଟେରିଆ ପରି କେତେକ ରାସାୟଶ୍ଲେଷଣ ବାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ଆହରଣ କରିଥାନ୍ତି। ଏହାକୁ ରାସାୟଶ୍ଲେଷଣ କୁହାଯାଏ।
14. ପରଭୋଜୀ ପୋଷଣ କେତେ ପ୍ରକାର ସଂକ୍ଷେପରେ ବୁଝା ଅ?
ଉ. ପରଭୋଜୀ ପୋଷଣକୁ ମୁଖ୍ୟତଃ ଚାରି ପ୍ରକାରର ବିଭକ୍ତ କରାଯାଇଛି।
ପ୍ରାଣୀସମ ପୋଷଣ
ମୃତପଜୀବୀୟ ପୋଷଣ
ପରଜୀବୀୟ ପୋଷଣ
ସହଜୀବୀୟ ପୋଷଣ
ପ୍ରାଣୀସମ ପୋଷଣ
ପରଜୀବୀୟ ପ୍ରାଣୀଙ୍କୁ ଛାଡି ଅନ୍ୟ ସମସ୍ତ ପ୍ରାଣୀ ଏହି ପ୍ରଣାଳୀରେ ଅନ୍ୟ ଉଦ୍ଭିଦ ବା ପ୍ରାଣୀଙ୍କୁ ସଂପୂର୍ଣ୍ଣ ଅଥବା ଆଂଶିକ ଭାବରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି ଏହାକୁ ପ୍ରାଣୀୟ ବା ପ୍ରାଣୀସମ ପୋଷଣ କୁହାଯାଏ।
ଏହା ଶରୀର ଗଠନରେ ଓ ଶରୀରକୁ କାର୍ଯ୍ୟ କ୍ଷମ ରଖିବାରେ ସହାୟ ହୋଇଥାଏ।
ମୃତପଜୀବୀୟ ପୋଷଣ
ଯେଉଁ ପରଭୋଜୀ, ମୃତ, ଗଳିତ, ପଚାଷଢା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜର ପୃଷ୍ଟି ସାଧନ କରିଥାନ୍ତି ସେମାନଙ୍କୁ ମୃତପଜୀବୀ କୁହାଯାଏ।ଏମାନଙ୍କ ପୋଷଣ ପ୍ରଣାଳୀକୁ ମୃତପଜୀବୀୟ ପୋଷଣ କୁହାଯାଏ।
ଉଦାହରଣ ଛତୁ ଜାତୀୟ କବକ ଇଷ୍ଟ ବାକ୍ଟେରିଆ ଇତ୍ୟାଦି।
ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି ନାହିଁ।ସାଧାରଣତଃ ଖାଦ୍ୟଗ୍ରହଣ
ବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି ଶରୀର ବାହାରେ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରି ନିଅନ୍ତି।ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥାନ୍ତି।
ପରଜୀବୀୟ ପୋଷଣ।
ଯେଉଁ ଜୀବ ମାନେ ଅନ୍ୟ ଜୀବନ୍ତ ପ୍ରାଣୀଙ୍କ ଶରୀର ଭିତରେ ବାହାରେ ରହି ସେମାଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟି ସାଧନ କରନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ।ପରଜୀବୀମାନେ ଭୋଜ ଦାତା ଉଦ୍ଭିଦ ବା ପ୍ରାଣୀଙ୍କ ଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରିଥାନ୍ତି।ଏହାକୁ ପରଜୀବୀୟ ପୋଷଣ କୁହାଯାଏ।
ଉଦାହରଣ- ମଳାଙ୍ଗ, ନିର୍ମୂଳୀ, ରାଫ୍ଲେସିୟା ଆଦି ଉଦ୍ଭିଦ, ପ୍ଲାସମୋଡିୟମ, ଉକୁଣୀ, ଜୋକ କେତେକ କୃମି ପରି ପ୍ରାଣୀ ପରଜୀବୀ ଅଟନ୍ତି।
ଅନ୍ତଃ ପରଜୀବୀ- ପ୍ଲାସମୋଡିୟମ
ବାହ୍ୟପରଜୀବୀ- ଉକୁଣୀ
4.ସହଜୀବୀୟ ପୋଷଣ
ବେଳେବେଳେ ଦୁଇଟି ସମ୍ପୃଣ୍ଣ ଭିନ୍ନ ଜାତିର ପ୍ରାଣୀ ଅଥବା ଉଦ୍ଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଦ୍ଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ। ଏହାକୁ ସହଜୀବିତା କୁହାଯାଏ ।ଏମାନେ କେହି କାହାର କ୍ଷତି ନକରି ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ହୋଇଥାଏ।ଏହାକୁ ସହଜୀବୀୟ ପୋଷଣ କୁହାଯାଏ।
ଉଦାହରଣ- ଆମ ଅନ୍ତନଳୀରେ ସହଜୀବୀ ଭାବେ ରହୁଥିବା ଇସଚେରୀଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ B12 ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ ,ତା ବଦଳରେ ଆମ ଅନ୍ତନଳୀରେ ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପ୍ରତି ପାଳନ କରିଥାଏ।
ଅନ୍ୟ ଉଦାହରଣ- ଯଵକ୍ଷାରଜାନ ବିବନ୍ଧନରେ ସହଜିବି ବକ୍ଟେରିଆର ଅବଦାନ।
15. ଆଲୋକଶ୍ଲେଷଣ କ'ଣ ?
ଉ- ଆଲୋକଶ୍ଲେଷଣ ଉଦ୍ଭିଦର ଏକ ପ୍ରକ୍ରିୟା ଅଟେ।ଏହି ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ସବୁଜକଣା ବା କ୍ଲୋରଫିଲ ମାଧ୍ୟମରେ ଦୃଶ୍ୟମାନ ଆଲୋକ ଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ସହିତ ପରିବେଶରୁ ଗ୍ରହଣ କରିଥିବା ଅଙ୍ଗାରକାମ୍ଳ ଓ ଜଳକୁ ଉପଯୋଗ କରି ସରଳ ଶ୍ୱେତସାର ବା ଶର୍କରା ଜାତୀୟ ଖାଦ୍ୟ ତିଆରି କରିଥାଏ।
16. ଆଲୋକଶ୍ଲେଷଣର ଆଧାର ଓ ସଂସ୍ଥା କହିଲେ କଣ ବୁଝ ।
ଉ. ●ପ୍ରତ୍ୟେକ ପ୍ରକ୍ରିୟା ପାଇଁ ଆଧାର ଓ ସଂସ୍ଥା ଦରକାର ଯେପରି ଆମରୋଷେଇ ଘର ହେଉଛି ଆଧାର ଏବଂ ବ୍ୟବହୃତ ଚୁଲି ହାଣ୍ଡି କରେଇ ଆଦି ହେଉଛି ସଂସ୍ଥା । ସେହିପରି ସବୁଜ ଉଦ୍ଭିଦର ଆଲୋକଶ୍ଲେଷଣ ପାଇଁ ବ୍ୟବହୃତ ଆଧାର ସାଧାରଣତଃ ସବୁଜପତ୍ର ଅଟେ।
● ପତ୍ରମଧ୍ୟରେ ଥିବା ଥାଇଲାକଏଡ଼ର ପ୍ରତ୍ୟେକ ଝିଲ୍ଲୀ ସ୍ତରରେ କ୍ଲୋରଫିଲ ପ୍ରୋଟିନ ଓ ଲିପିଡିର ବିଭିନ୍ନ ବୃହତ ଅଣୁ ସଜେଇହୋଇ ରହିଥାନ୍ତି।ଏଭଳି ଗଠନ ଯୁକ୍ତ ଥାଇଲାକଏଡ଼ ଓ କ୍ଲୋରପ୍ଲାଷ୍ଟର ଷ୍ଟ୍ରୋମାରସ ଆଲୋକଶ୍ଲେଷଣ ସଂସ୍ଥା ସୃଷ୍ଟି କରନ୍ତି।
0 Comments