9th Class physical science chapter 1 book pdf download (ଭୌତିକ ବିଜ୍ଞାନ)

 Bse odisha syllabus 9th class  physical science  (ଭୌତିକ ବିଜ୍ଞାନ) notes 2022



9class physical science in odia medium.9th class physical science book in odia PDF. 





ଭୌତିକ ବିଜ୍ଞାନ 

  ନବମ ଶ୍ରେଣୀ

ଆମ ଚତୁଃପାର୍ଶ୍ବରେ ଥିବା ପଦାର୍ଥ 

  1. ପଦାର୍ଥ କ'ଣ ?

ଉ. ବିଶ୍ବରେ ଥିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଢ଼ା, ତାହାକୁ ବୈଜ୍ଞାନିକ ମାନେ ପଦାର୍ଥ  ଭାବେ  ନାମକରଣ କରିଛନ୍ତି ।

ଆମେ ପ୍ରଶ୍ୱାସରେ ନେଉଥିବା ବାୟୁ, ଖାଉଥିବା ଖାଦ୍ୟ, ପଥର, ମେଘ, ତାରା, ଉଦ୍ଭିଦ ଓ ପଶୁପକ୍ଷୀ ଆଦି ସମସ୍ତେ ଗୋଟିଏ ଗୋଟିଏ ପଦାର୍ଥ।ଏପରିକି ଗୋଟିଏ ଜଳ ବିନ୍ଦୁ।କିମ୍ବା ବାଲିର ଏକ କ୍ଷୁଦ୍ର କଣିକା ଏକ ପଦାର୍ଥ ଅଟେ।

N.B ପ୍ରତ୍ୟେକ ପଦାର୍ଥର ଉଭୟ ବସ୍ତୁତ୍ୱ ଓ ଆୟତନ ଅଛି।


2.ପଞ୍ଚତତ୍ଵ କ'ଣ ?

ଉ.ପ୍ରାଚୀନ ଭାରତୀୟ ଦାର୍ଶନିକ ମାନଙ୍କ ମତରେ ସମସ୍ତ ବସ୍ତୁ ପଞ୍ଚାଗୋଟି ମୌଳିକ କୁ ନେଇ ଗଠିତ। ଏହାକୁ ପଞ୍ଚତତ୍ୱ କୁହାଯାଏ। ସେଗୁଡିକ ହେଲା- ମାଟି,ଜଳ, ବାୟୁ, ଅଗ୍ନି ଏବଂ ଆକାଶ ।

N.B- ଭାରତୀୟ ଦାର୍ଶନିକ ଙ୍କ ମତରେ ସମସ୍ତ ବସ୍ତୁ ସଜୀବ ବା ନିର୍ଜୀବ, ଏହି ପଞ୍ଚାଗୋଟି ମୌଳିକ କୁ ନେଇ ଗଠିତ।

N.B-  ପ୍ରାଚୀନ ଗ୍ରୀକ ଦାର୍ଶନିକମନେ ମଧ୍ୟ ପଦାର୍ଥର ଏହି ପ୍ରକାର ଶ୍ରେଣୀ ବିଭାଗ କରିଥିଲେ।


3.ପଦାର୍ଥକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

ଉ. ଆଧୁନିକ ଯୁଗର ବୈଜ୍ଞାନିକ ମାନେ ସମସ୍ତ ପଦାର୍ଥ ସେମାନଙ୍କର ଭୌତିକ ଧର୍ମ ଓ ରାସାୟନିକ ପ୍ରକୃତି ଅନୁସାରେ ଦୁଇ ଭାଗରେ ବିଭକ୍ତ କରିଛନ୍ତି।

4.  ପଦାର୍ଥର ଭୌତିକ ପ୍ରକୃତି ଗୁଡିକ କ'ଣ ?

ଉ. I) ପଦାର୍ଥ କଣିକାକୁ ନେଇ ଗଠିତ।

ii) ପଦାର୍ଥର କଣିକା ଗୁଡିକ ଛୋଟ।


5.ପଦାର୍ଥର କଣିକାଗୁଡିକର ଧର୍ମ ବା ବୈଶିଷ୍ଟ୍ୟ କ'ଣ?

ଉ. ପଦାର୍ଥର କଣିକା ମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ଅଛି।

ପଦାର୍ଥର କଣିକା ମନେ ଅନବରତ ଗତି କରିଥାନ୍ତି।

ପଦାର୍ଥର କଣିକାଗୁଡିକ ପରସ୍ପରକୁ ଆକର୍ଷଣ କରନ୍ତି।

6.ପଦାର୍ଥର ଅବସ୍ଥା।

●ଆମ ଚାରିପାଖରେ ଥିବା ପଦାର୍ଥ ଗୁଡିକ ମୁଖ୍ୟତଃ ତିନୋଟି ଅବସ୍ଥାରେ ଅଛନ୍ତି।ସେଗୁଡିକ ହେଲା- କଠିନ, ତରଳ, ଗ୍ୟାସୀୟ।

N.B-ଆଜିକାଲି ବୈଜ୍ଞାନିକମାନେ ପଦାର୍ଥର ପାଞ୍ଚଟି ଅବସ୍ଥା ଅଛି ବୋଲି ଜାଣିଲେଣି।ସେଗୁଡିକ ହେଲା- କଠିନ,  ତରଳ, ଗ୍ୟାସୀୟ, ପ୍ଲାଜମା ଓ ବୋଷ-ଆଇନଷ୍ଟାଇନ ଅବସ୍ଥା।


7.କଠିନ ଅବସ୍ଥା

●ଇଟା, କଲମ, ବହି,ହାତୁଡି,କାଠବାଡି,ପ୍ଲାଷ୍ଟିକ ସ୍କେଲ ଇତ୍ୟାଦି ଗୋଟିଏ ଗୋଟିଏ କଠିନ ପଦାର୍ଥ ଅଟନ୍ତି।

ପ୍ରକୃତି ବା ସ୍ଵଭାଵ

●କଠିନ ପଦାର୍ଥର ନିଧିଷ୍ଟ ଆକାର ଆକୃତି ଓ ଆୟତନ ଥାଏ।

●ଏଗୁଡିକର ଖୁଵ କମ ସଙ୍କୋଚନ ହୋଇଥାଏ।

●ବଳ ପ୍ରୟୋଗ କରି କଠିନ ପଦାର୍ଥକୁ ଭଙ୍ଗାଯାଇପରେ ହେଲେ ଏହାର ଆକାର ପରିବର୍ତ୍ତନ କରିବା କଷ୍ଟକର।

●ଅଣୁ ଅଣୁ ମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳ ଅନ୍ୟ ଅବସ୍ଥା ଠାରୁ ସର୍ବାଧିକ ଅଟେ।


8.ତରଳ ଅବସ୍ଥା।

●ଜଳ, ସୋରିଷ ତେଲ, କ୍ଷୀର, ସରବତ, ଜୁସ ଥଣ୍ଡା ପାନୀୟ ଇତ୍ୟାଦି ଗୋଟିଏ ଗୋଟିଏ ତରଳ ପଦାର୍ଥ ଅଟନ୍ତି।

ପ୍ରକୃତି ବା ସ୍ଵଭାଵ।

●ତରଳ ପଦାର୍ଥର ନିଧିଷ୍ଟ ଆକାର ନାହିଁ,କିନ୍ତୁ ଏହାର ନିଧିଷ୍ଟ ଆୟତନ ରହିଛି।

●ଏହା ଯେଉଁ ପାତ୍ରରେ ରହେ ତାହାର ଆକାର ଧାରଣ କରେ।

●ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବାହୀ (fluid) ମଧ୍ୟ କୁହାଯାଏ।

N.B-କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ବିସରିତ ହୋଇପାରେ।

N.B-ବିସରଣ ପ୍ରକ୍ରିୟାର ହାର କଠିନ ଅପେକ୍ଷା ତରଳରେ ଅଧିକ ଅଟେ।କାରଣ କଠିନ ତୁଳନାରେ ତରଳର କଣିକାଗୁଡିକ ମଧ୍ୟରେ ଅଧିକ ଫାଙ୍କାସ୍ଥାନ ଥାଏ ଓ ସେମାନେ ସହଜରେ ଗତି କରିପାରନ୍ତି।


9.ଗ୍ୟାସୀୟ ଅବସ୍ଥା

ରନ୍ଧନ ଗ୍ୟାସ(LPG),ପ୍ରାକୃତିକ ଗ୍ୟାସ, ସଂପିଡ଼ିତ ପ୍ରାକୃତିକ ଗ୍ୟାସ (CNG),ବେଳୁନରେ ଏବଂ ଟ୍ୟୁବରେ ଭର୍ତ୍ତି ହେଉଥିବା ପଦାର୍ଥ ଗୋଟିଏ ଗୋଟିଏ ଗ୍ୟାସ ଅଟନ୍ତି।

ପକୃତି

●ପଦାର୍ଥର ଗ୍ୟାସୀୟ ଅବସ୍ଥାର ନିଧିଷ୍ଟ ଆକାର, ଆୟତନ ନଥାଏ କିନ୍ତୁ ବସ୍ତୁତ୍ୱ ଥାଏ।

●ଗ୍ୟାସୀୟ ଅଣୁ ମାନଙ୍କ ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ଥିବାରୁ ଏଥିରେ ବିସରଣ ପକ୍ରିୟା କଠିନ ତରଳ ତୁଳନାରେ ଅଧିକ ହୋଇଥାଏ।

●ଗ୍ୟାସୀୟ ପଦାର୍ଥକୁ ଚାପ ପ୍ରୟୋଗ କରି ତରଳ ପଦାର୍ଥକୁ ଆଣି ଛୋଟ ଛୋଟ ସିଲିଣ୍ଡରରେ ଭର୍ତ୍ତି କରାଯାଇପାରୁଛି।

● ଗ୍ୟାସୀୟ ଅବସ୍ଥାର ଅଣୁ ଗୁଡିକ ଦୃତ ବେଗରେ ଗତିକରି ଧାରକ ପାତ୍ରର କାନ୍ଥରେ ବାଡେଇ ହୋଇ କାନ୍ଥରେ ବାଡେଇ ହୋଇ କାନ୍ଥ ଉପରେ ବଳ ପ୍ରୟୋଗ କରନ୍ତି।


10. ପ୍ଲାଜମା ଅବସ୍ଥା।

●ପଦାର୍ଥର ଏହି ଅବସ୍ଥା ଅତି ଶକ୍ତିଶାଳୀ ଓ ଅତି ଉତ୍ତେଜିତ କଣିକା ମାନଙ୍କ ଦ୍ୱାରା ଗଠିତ ହୋଇଥାଏ।

●ଏହି କଣିକା ଗୁଡିକ ଆୟନନ ହୋଇଥିବା ଗ୍ୟାସରେ( lonised gas) ଆୟନ ଅବସ୍ଥାରେ ଥାନ୍ତି।

ପ୍ଳାଜମା କଣିକାର ସୃଷ୍ଟି।

●ନିୟନ ନିଦର୍ଶନ ବଲବରେ ନିୟନ ଗ୍ୟାସ ଥାଏ।ପ୍ରତିଦୀପ୍ତ ନଳୀ ଭିତରେ ହିଲିୟମ ବା ଅନ୍ୟ କିଛି ଗ୍ୟାସ ଥାଏ ।ଏହି ଗ୍ୟାସ ମାନଙ୍କ ମଧ୍ୟରେ ଯେତେବେଳେ ବିଦ୍ୟୁତ ଶକ୍ତି ପ୍ରବାହିତ ହୋଇଥାଏ ।ସେତେବେଳେ ସେମାନଙ୍କର କଣିକାମାନେ ଚାର୍ଜିତ ହୋଇଯାଆନ୍ତି ଓ ଗ୍ୟାସରେ ପ୍ଲାଜମା କଣିକା ମାନେ ସୃଷ୍ଟି ହୁଅନ୍ତି।


N.B- ପ୍ଳାଜମା କଣିକା ମାନଙ୍କ ଉପସ୍ଥିତି ଯୋଗୁଁ ଆମେ  ପ୍ରତିଦୀପ୍ତ ନଳୀରେ ଏକ ଶିଖାହୀନ ଆଲୋକ ଦୀପ୍ତି ଦେଖିପାରୁ।ଏହି ଦୀପ୍ତିର ରଙ୍ଗ ଗ୍ୟାସର ଗୁଣ ଉପରେ ନିର୍ଭର କରେ।ଭିନ୍ନ ଭିନ୍ନ ଗ୍ୟାସରେ ଏହି ଦୀପ୍ତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ।ସୂର୍ଯ୍ୟ ଓ ଅନ୍ୟାନ୍ୟ ତାରା ମାନେ ଯେଉଁ ଦୀପ୍ତି ପ୍ରଦାନ କରନ୍ତି ତାହା ସେଠାରେ ଥିବା ଅସଂଖ୍ୟ ପ୍ଲାଜମା କଣିକା ମାନଙ୍କ ଉପସ୍ଥିତି ଯୋଗୁଁ ସମ୍ଭବପର ହୋଇଥାଏ।ତାରା ମାନଙ୍କର ଅତି ଉଚ୍ଚ ତାପ ମାତ୍ରା ଯୋଗୁଁ ପ୍ଲାଜମା ସୃଷ୍ଟି ହୋଇଥାଏ।


11.ବୋଷ- ଆଇନଷ୍ଟାଇନ ସଂଘନିତ ଅବସ୍ଥା।

●1920 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋଷ ପଦାର୍ଥର ପଞ୍ଚମ ଅବସ୍ଥା ସମ୍ପର୍କରେ କେତେକ ଗଣନା କରିଥିଲେ।ତାଙ୍କର ସେହି ଗଣନାକୁ ଭିତ୍ତିକରି ଆଲବର୍ଟ ଆଇନଷ୍ଟାଇନ ପଦାର୍ଥର ଏକ ନୂତନ ଅବସ୍ଥା ବୋଷ- ଆଇନଷ୍ଟାଇନ

ସଂଘନିତ ଅବସ୍ଥା(BEC)ର ଭବିଷ୍ୟ ସୂଚନା ଦେଇଥିଲେ ଯାହାକୁ ପଦାର୍ଥର ପଞ୍ଚମ ଅବସ୍ଥା କୁହାଗଲା ।

ବୋଷ-ଆଇନଷ୍ଟାଇନ ସଂଘନିତ ଅବସ୍ଥା ସୃଷ୍ଟି।

●ଅତିକମ ସାନ୍ଦ୍ରତାରେ କୌଣସି ଏକ ଗ୍ୟାସକୁ ଅତ୍ୟଧିକ ଥଣ୍ଡା କଲେ ପଦାର୍ଥରେ ବୋଷ-ଆଇନଷ୍ଟାଇନ ଅବସ୍ଥା ସୃଷ୍ଟି ହୋଇଥାଏ।

N.B- ଯୁକ୍ତରାଷ୍ଟ୍ର ଆମେରିକାର ଏରିକ- ଏକଣ୍ଣେଲ ୱାଲଫଗାଙ୍ଗ କେଟେରି ଏବଂ କାରଲ ଇ ଉଇମ୍ୟାନ ବୋଷ-ଆଇନଷ୍ଟାଇନ ସଂଘନିତ ଉପରେ ପରୀକ୍ଷା ମୂଳକ ଗବେଷଣା କରି 2001 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ।


12.ଚାପ କାହାକୁ କୁହାଯାଏ।

ଉ.ଗ୍ୟାସୀୟ ଅଣୁ ମାନଙ୍କ ଦ୍ୱାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାଯ୍ୟ କରୁଥିବା ବଳକୁ ଗ୍ୟାସର ଚାପ କୁହାଯାଏ।


13. ସାନ୍ଦ୍ରତା କ'ଣ?

ଉ. କୌଣସି ବସ୍ତୁର ଏକକ ଅୟତନରେ ଥିବା ବସ୍ତୁତ୍ୱକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ।

ସାନ୍ଦ୍ରତା=ବସ୍ତୁତ୍ୱ÷ଆୟତନ


14.ତାପମାତ୍ରାର ପରିବର୍ତ୍ତନ ପଦାର୍ଥର ଅବସ୍ଥା ଉପରେ କି ପ୍ରଭାବ ପକାଏ ?

ଉ.●କଠିନର ତାପମାତ୍ରା ବଢାଇଲେ,ଏହାର ଅଣୁ ଗୁଡିକର ଗତିଜଶକ୍ତି ବୃଦ୍ଧି ପାଏ।ଏହି ଶକ୍ତିର ବୃଦ୍ଧି ଯୋଗୁଁ ଅଣୁ ଗୁଡିକ ଅଧିକ ବେଗରେ ଦୋଳିୟମାନ ହେବାକୁ ଆରମ୍ଭ କରିବେ।

●ତାପ ପ୍ରୟୋଗ ହେଲେ ଅଣୁ ଗୁଡିକ ତାପ ଶକ୍ତି ଅବଶୋଷଣ କରି ସେମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ସୀମାକୁ ଟପିଇଯାଇଥାନ୍ତି ଓ ଅଧିକ ଗତିଶୀଳ ହୁଅନ୍ତି।

●ଏହି କଣିକା ଗୁଡିକ ସେମାନଙ୍କର ସ୍ଥିର ସ୍ଥାନ ପରିତ୍ୟାଗ କରି ଅଧିକ ବେଗରେ ମୁକ୍ତ ଭାବରେ ଗତି କରନ୍ତି।ଶେଷରେ ଏପରି ଏକ ଅବସ୍ଥା ଆସି ପହଞ୍ଚି ଯାଏ, ଯେତେବେଳେ ଅଣୁ ଗୁଡିକ ପରସ୍ପର ଠାରୁ ଦୂରେଇଯାନ୍ତି, କଠିନ ତରାଳିବାକୁ ଆରମ୍ଭ କରନ୍ତି ଏବଂ ତରଳରେ ପରିଣତ ହୁଏ।

●ପୁନଶ୍ଚ ତରଳକୁ ଯେତେବେଳେ ତାପ ଶକ୍ତି ଯୋଗେଇ ଦିଆଯାଏ ସେତେବେଳେ ତରଳ ମଧ୍ୟସ୍ଥ କଣିକା ଗୁଡିକ ଅଧିକ ଶକ୍ତି ହାସଲକରି ଅଧିକ ବେଗରେ ଗତି କରନ୍ତି।

●ଏକ ନିଦ୍ଧିଷ୍ଟ ତାପମାତ୍ରାରେ ପଂହଁଚିବା ପରେ ସେହି କଣିକା ମାନଙ୍କର ଯଥେଷ୍ଟ ଶକ୍ତି ହୋଇଯାଇଥାଏ ।ଯାହା ଫଳରେ ସେମାନେ ପରସ୍ପର ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନରୁ ମୁକ୍ତ ହୋଇ ପରସ୍ପର ଠାରୁ ଦୂରେଇଯାନ୍ତି। ଏହି ତାପମାତ୍ରାରେ ତରଳ, ବାଷ୍ପ ବା ଗ୍ୟାସରେ ପରିବର୍ତ୍ତନ ହେବାକୁ ଆରମ୍ଭ କରେ।

●ତରଳର ସମସ୍ତ ଅଂଶର କଣିକାମାନେ ଯଥେଷ୍ଟ ଶକ୍ତି ହାସଲ କରି ସମୟରେ ବାଷ୍ପୀୟ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାନ୍ତି।


15.ଗଲନଙ୍କ କଣ?

ଉ.ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ସେହି କଠିନ ପଦାର୍ଥର ଗଲନାଙ୍କ କୁହାଯାଏ।

ବରଫର ଗଳନାଙ୍କ 273.16 K ।

N.B-ଗୋଟିଏ କଠିନର ଗଳନାଙ୍କ, ଏହା ମଧ୍ୟରେ ଥିବା କଣିକା ମାନଙ୍କ ମଧ୍ୟରେ ରହିଥିବା ଆକର୍ଷଣ ବଲର ସାମର୍ଥ୍ୟର ସୂଚନା ଦିଏ।

16. ତରଳନ କଣ?

 ପଦାର୍ଥର କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଥିବା ପ୍ରକ୍ରିୟା ଅର୍ଥାତ୍ ପଦାର୍ଥର ତରଳିବା ପ୍ରକ୍ରିୟା କୁ ବିଗଳନ ବା ତରଳନ କୁହାଯାଏ।







Post a Comment

0 Comments