10th odia medium life science chapter 1 posan sec 4


10th life science chapter 1 ( ପୋଷଣ)

ଅବଶିଷ୍ଟାଂଶ ( sec 4)



ପୋଷଣ


 28.ଗ୍ରସନୀ ଓ ଗ୍ରାସନଳୀ ।

ଉ.● ନାସାପଥ ଓ ମୁଖ ଗହ୍ୱର ମିଶି ଗ୍ରସନୀ ତିଆରି ହୋଇଛି।ଏହାର ଶେଷ ମୁଣ୍ଡରେ ରହିଛି ଦୁଇଟି ଦ୍ଵାର।

● ଖାଦ୍ୟ ନଳୀର ଦ୍ଵାରକୁ ଗଲେଟ, ଶ୍ୱାସ ନଳୀର ଦ୍ୱାର କୁ ଗ୍ଲଟିସ କୁହାଯାଏ।

●ଶ୍ୱାସନଳୀରେ ରହିଥିବା ତରୁଣାସ୍ଥିର ପ୍ଲେଟକୁ ଅଧିଜିହ୍ଵା ବା ଏପିଗ୍ଲଟିସ କୁହାଯାଏ।


29. ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ?

ଗଠନ

ଉ.● ଉଦର ଗହ୍ୱରର ବାମ ପଟେ ପାକସ୍ଥଳୀ ରହିଛି। ଏହାର ଉପର ଭାଗ ଚଉଡା ଓ ତଳ ଅଂଶ କମ ଓସାରିଆ।

● ଉପର ଅଂଶ ହୃତପିଣ୍ଡ ନିକଟରେ ଥିବାରୁ ଏହି ଭାଗକୁ କାର୍ଡି ଆକ୍ ଷ୍ଟୋମାକ୍ ଓ ତଳଭାଗକୁ ପାଇରୋଲିକ୍ ଷ୍ଟୋମାକ୍ କୁହାଯାଏ।

●ପାଇରୋଲିକ୍ ଷ୍ଟୋମାକ୍ ଶେଷରେ ଥିବା ମୁଦ୍ରିକା ଆକାରର ମାଂସପେଶୀ ବା ଅବରୋଧକୁ ପାଇରୋଲିକ୍ ସ୍ପିନଟର କୁହାଯାଏ।ଏହାର ସଙ୍କୋଚନ ଓ ଉନ୍ମୋଚନ ଫଳରେ ପାକସ୍ଥଳୀରୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ ମଧ୍ୟକୁ ପ୍ରବେଶ କରେ।


କାର୍ଯ୍ୟ

  • ପାକସ୍ଥଳୀ କାନ୍ଥରେ ରହିଥିବା ପେଷିଗୁଡିକରେ ବାରମ୍ବାର ସଂକୋଚନ ଓ ପ୍ରସାରଣ ଦ୍ଵାରା ଖାଦ୍ୟପିଣ୍ଡର ବଡ ଖଣ୍ଡ ଗୁଡିକ  ଭାଙ୍ଗି ଅତି ସୂକ୍ଷ୍ମ ଖଣ୍ଡରେ ପରିଣତ ହୁଏ । 

  • ପାକସ୍ଥଳୀରୁ ନିସୃତ ପାଚକ ରସ ଖାଦ୍ଯ ସହିତ ମିଶି ଏହାକୁ ଏକ ପ୍ରକାର ତରଳ ମଣ୍ଡ ବା ଚାଇମରେ ପରିଣତ କରେ 

  • ଲବଣାମ୍ଲ ପାକମଣ୍ଡକୁ ଅମ୍ଳାତ୍ମକ କରିବା ସହିତ ଜୀବାଣୁ ନାଶ କରେ । 

  • ପାଚକ ରସରେ ଦୁଇ ପ୍ରକାର ଏନଯାଇମ ଥାଏ । ପେପସିନ ଓ ଲାଇପେଜ । ପେପସିନ ଲବଣାମ୍ଲ ମାଧ୍ୟମରେ ସକ୍ରିୟ ହୁଏ ଓ ପ୍ରୋଟିନ ଖାଦ୍ୟକୁ ପ୍ରୋଟିଓଜେସ ଓ ପେପଟୋନ ରେ ପରିଣତ କରେ । ଏଠାରେ ଅଳ୍ପ ପରିମାଣରେ ଲାଇପେଜ ଥିବାରୁ ସ୍ନେହସାର ଖାଦ୍ଯର ଆରମ୍ଭ ହୋଇଥାଏ ।

Post a Comment

0 Comments