10th class life science chapter 1 ,sec 2

 Myodia classes provides free notes for 10th class odia medium students. 

10th class physical science notes,. 10th class life sciences notes.

10th class history book PDF notes

10th class geography book odia medium notes

10th class  life science chapter 1 notes



ପୋଷଣ

17.ସବୁଜ ପତ୍ରର ଗଠନ ବୁଝାଅ ।

ଉ.●ସବୁଜ ପତ୍ରର ପୃଷ୍ଠରେ ଛୋଟ ଛୋଟ ରନ୍ଦ୍ର ଥାଏ।ଏଗୁଡ଼ିକୁ ସ୍ତୋମ ବା ଷ୍ଟୋମାଟା କୁହାଯାଏ।ଏହି ସ୍ତୋମ ଦେଇ ପରିବେଶ ଓ ପତ୍ର ମଧ୍ୟରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ବିନିମୟ ଘଟେ।

● ସବୁଜପତ୍ରର ଅନ୍ତଃ ଗଠନ ସବୁଜରଙ୍ଗଯୁକ୍ତ ପାଲିସେଡ଼ ସ୍ପଞ୍ଜି ପାରେନକାଇମା ଟିସୁ ଦ୍ୱାରା ହୋଇଥାଏ। ପତ୍ରଭିତରେ ଥିବା ଦୁଇ ପ୍ରକାର ଟିସୁର କୋଷ ଭିତରେ କ୍ଲୋର ପ୍ଲାଷ୍ଟ ନାମକ ଅଙ୍ଗିକା ଥାଏ।

●କ୍ଲୋରପ୍ଲାଷ୍ଟ ରେ ଥିବା ରସକୁ ଷ୍ଟ୍ରୋମା କୁହାଯାଏ। ଏହିରସରେ ବିଭିନ୍ନ ସନ୍ତୁରକ ବା ଏନଯାଇମ ପୋଷକ ରହିଥାଏ।

●ଷ୍ଟ୍ରୋମା ରସରେ କେତେକ ଉପାଦାନ ଭାସମାନ ଅବସ୍ଥାରେ ଥାଏ। ଏଥି ମଧ୍ୟରେ ଅଧିକ ପରିମାଣରେ ଥିବା ଗଠନର ଏକକ, ଦ୍ବିସ୍ତରୀୟ ଝୀଲି ସଦୃଶ ଥାଇଲାକଏଡ଼ ଅଟେ।

●ଥାଇଲାକଏଡ଼ ଦୀର୍ଘ ଚେପଟା ଥଳି ସଦୃଶ।ଥଳିର ଭିତର ସ୍ଥାନକୁ ଲ୍ୟୁମେନ କୁହାଯାଏ।

●କେତେକ ସ୍ଥାନରେ ଛୋଟ ଥାଇଲାକଏଡ଼ ଥାକ ଥାକ ହୋଇ ସଜ୍ଜିତ ହୋଇ ରହିଥାନ୍ତି।ଏଭଳି ଥାକକୁ ଗ୍ରାନା କୁହାଯାଏ।

●ଗ୍ରାନା ଗୁଡିକ ଲମ୍ବାଳିଆ ଥାଇଲାକଏଡ଼ ଦ୍ୱାରା ସଂଯୋଜିତ ହୋଇଥାନ୍ତି।ସାଧାରଣରେ ଦେଖିବାକୁ ଗଲେ କ୍ଲୋର ପ୍ଲାଷ୍ଟରେ ଥିବା ଷ୍ଟ୍ରୋମା ରସରେ ଗ୍ରାନା ଓ ଥାଇଲାକଏଡ଼ ରହିଥାନ୍ତି।


18.ଆଲୋକଶ୍ଲେଷଣ ଉପରେ ଫେଡରିକ ବ୍ଲାକମ୍ୟାନଙ୍କ ସିଦ୍ଧାନ୍ତ ବୁଝାଅ ?

ଉ.●1905 ମସିହାରେ ଫେଡରିକ ବ୍ଲାକମ୍ୟାନ ପ୍ରକ୍ରିୟାତ୍ମକ ପରୀକ୍ଷା ଦ୍ଵାରା ଦର୍ଦଇଥିଲେ ଯେ ଆଲୋକଶ୍ଲେଷଣ ଦୁଇ ସହ ପ୍ରକ୍ରିୟା ଦ୍ୱାରା ସମାହିତ ହୁଏ।

●ଗୋଟିଏ ସହ ପ୍ରକ୍ରିୟା ଆଲୋକ ଉପରେ ନିର୍ଭର କରୁଥିବାରୁ ସେ ଏହାକୁ ଆଲୋକ ପ୍ରକ୍ରିୟା ବୋଲି କହିଥିଲେ।

●ଅନ୍ୟଟି ଆଲୋକ ଉପରେ ନିର୍ଭର କରୁନଥିବାରୁ ଏହାକୁ ଅନ୍ଧକାର ପକ୍ରିୟା କୁହାଗଲା।


 ଉପର ଲିଖିତ ନୋଟକୁ ପଢି ସାରିବାପରେ ଯେଉଁ ମାନେ ପୂର୍ବ notes ପଢିବା ପାଇଁ ଚାଂହୁଛନ୍ତି ସେମାନେ ପୂର୍ବ page କୁ ଯାଇ ପଢି ପାରିବେ।

ପଢ଼ିସାରିଲା ପରେ ଆମକୁ comment କରି ଜଣାନ୍ତୁ।ଆଉ କଣ ପଢିବା ପାଇଁ ଚାହୁଁଛନ୍ତି।


Post a Comment

0 Comments